Psalms 129

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା

ଆରୋହଣ-ଗୀତ।

1“ମୋ’ ଯୌବନଠାରୁ ମୋ’ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି,”
ଇସ୍ରାଏଲ ଏବେ କୁହନ୍ତୁ;
2“ମୋ’ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି;
ତଥାପି ସେମାନେ ମୋ’ ଉପରେ ଜୟୀ ହୋଇ ନାହାନ୍ତି।
3କୃଷକମାନେ ମୋ’ ପୃଷ୍ଠଦେଶରେ ହଳ ବୁଲାଇଲେ;
ସେମାନେ ଲମ୍ବ ଲମ୍ବ ଶିଆର କଲେ।

4ସଦାପ୍ରଭୁ ଧର୍ମମୟ;

ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।”
129:4 ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତି କରିଅଛନ୍ତି।” ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି।

5ସିୟୋନକୁ ଘୃଣା କରିବା
ଲୋକସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।

6ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ,

ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
7ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ,
ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
“କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ,
ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,”
ଏହା ପଥିକମାନେ କହନ୍ତି ନାହିଁ।
8

Copyright information for OriULB